Advertisement

23rd foundation Day of BJD observed in Koksara

23rd foundation Day of BJD observed in Koksara ବିଜୁ ଜନତା ଦଳ ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ନାମରେ ନାମିତ ବିଜୁ ଜନତା ଦଳ ର ୨୩ ତମ ବର୍ଷ ପୂରଣ ପୁର୍ତ୍ତି ଅବସର ରେ କୋକସରା ଠାରେ ନିର୍ବାଚନ ସ୍ତରୀୟ ପ୍ରତିଷ୍ଠା ଦିବସ କୋକସରା କସ୍ତୁରବା ଫୁଟବଲ ପଡିଆ ଠାରେ କୋକସରା ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଧର୍ମଗଡ ବିଧାୟକ ମୋଉଷଧି ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୁ ବାବୁ ଙ୍କ ସ୍ୱପ୍ନ ଓ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା କୁ ଏକ ଗୌରବମୟ ରାଜ୍ୟ ରୂପେ ଗଢି ତୋଳିଛନ୍ତି , ବିଜେଡି ଦଳ ର ୨୨ ବର୍ଷର ଶାସନ ରେ ଆଜି ଓଡିଶା ସବୁ କ୍ଷେତ୍ରରେ ସଫଳତା ର ଶୀର୍ଷ ରେ ପହଞ୍ଚି ପାରିଛି। ଏଣୁ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ରେ ରାଜ୍ୟ ର ସମସ୍ତେ ଉପକୃତ ହୋଇଛନ୍ତି। ଏଣୁ ଓଡ଼ିଶା ପାଇଁ ବିଜେଡି ଏକ ମାତ୍ର ବିକଳ୍ପ ବୋଲି କହିଥିଲେ।ବିଜେଡି ନାରିନେତ୍ରୀ କଲ୍ୟାଣି ନାଏକ, ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, କୋକସରା ବ୍ଲକ ନାରିନେତ୍ରୀ ଅଶୋକା ନାଏକ, ଯୁବ କାଉନସିଲର ବିବେକ ମିଶ୍ର ସମେତ ଅନ୍ୟାନ୍ୟ ବରିଷ୍ଟ କର୍ମକର୍ତ୍ତା ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ବ୍ଲକ ସଭାପତି ସୁଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ। ଧର୍ମଗଡ କଲମପୁର ରୁ ମଧ୍ୟ ଶତାଧିକ ବିଜୁ ପ୍ରେମୀ ଯୋଗ ଦେଇଥିଲେ।।।

#odishatimes,#odisha time,#kalahandi news,#odisha news,23rd foundation Day of BJD observed in Koksara,

Post a Comment

0 Comments